Prabhata Abakasha (ପ୍ରଭାତ ଅବକାଶ) | Banamali Dasa | Odia Poem

ବନମାଳୀ ଦାସ – ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତକବି । ସେ ପୁରୀରେ ବାସ କରୁଥିଲେ । ଜଗନ୍ନାଥଙ୍କସେବକ ଭାବରେ ସେ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି । କୃଷ୍ଣଙ୍କୁ ନେଇ ମଧ୍ୟ ସେ ଅନେକ କବିତାଲେଖୁଛନ୍ତି । ତାଙ୍କ କବିତାଗୁଡ଼ିକ ସରଳ ଓ ସଂଗୀତମୟ । ସମସ୍ତ କବିତାକୁ ବନମାଳୀ ପଦାବଳୀ ନାମରେ ଏକତ୍ର କରି ଛପାଯାଇଛି ।

***** ପ୍ରଭାତ ଅବକାଶ *****



ଉଠ ନିଶି ପାହିଲା ଏଥର ହେ ବଂଶୀଧର ! (ଘୋଷା)
ମନ୍ଦିରେ ଡାକିଲେ ଶୁକ
ବୃକ୍ଷରେ ରାବିଲେ କାକ
କୁହୁ କୁହୁ ରଟେ ପିକ,
କୁକକୁଟ ଡାକିଲେ ପରଖର ହେ |୧|

ଡାକେ ଯଶୋବନ୍ତୀ ଭଳି,
ଉଠି ମୋର ବନମାଳୀ ।
ଶ୍ରୀମୁଖ ଦେବି ପଖାଳି,
ଝରିରେ ରଖୁଛି ବାସ ନୀର ହେ ।୨।

ଅମୃତ ପାଣି କଦଳୀ,
ଲବଣୀ ସଂଗତେ ଗୋଳି
ଅଧାମ ଗୋଟିକା ପୁଳି,
ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ । ୩ ।

ଉଠ ରାମ ବାସୁଦେବ,
ଗୋ-ଗୋଷ୍ଠେ ଉଛୁର ହେବ ।
ଦଧି ଅନ୍ନ ସାଥେ ନେବ,
ନଦୀକୂଳେ କରିବ ଆହାର ହେ ।୪।

ବାଛୁରୀ ଚରାଇ ଯାଇ,
କାଲି ପଥଶ୍ରମ ପାଇ ।
ଅଳସରେ ଅଛୁ ଶୋଇ,
ଅଶକତ ହୁଏ କି ଶରୀର ହେ ।୫।

ସିଂହଦ୍ୱାରେ ଗୋପସୁତ,
ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରା ଯାଉ ତୁତ,
ଆକାଶେ ଉଦୟ ଦିନକର ହେ । ୬।

ଉଠ ପ୍ରଭୁ ଚକ୍ରଧର,
ଯିବାକୁ ହେବ ଉଛୁର
ବନକୁ ଗମନ କର,
ବନମାଳୀ ଚରଣେ କିଙ୍କର ହେ ।୭।

**********
Class 6 MIL Prabhata Abakasha by Banamali Dasa.
Utha nishi pahila Ethara

Post a Comment

Previous Post Next Post