ମଥାରେ ଦେଇ ଓଢ଼ଣୀ ଘରକୁ ତୁମ ଆସିବି...
ପୁ-ମଥାରୁ କାଢ଼ି ଟିକିଲି ସିନ୍ଦୂର ତମେ ପିନ୍ଧିବ
ମଥାରେ ଦେଇ ଓଢ଼ଣୀ ଘରକୁ ତମେ ଆଣିବ.
ପୁ- ହୋମ କି ମନ୍ତର ବେଦୀ କି ପଣ୍ଡିତ
କାଇଁ ଡକେଇବି
ଗଳାରେ ତମର ପ୍ରୀତି ଫୁଲହାର
ଆଜି ପିନ୍ଧେଇ ଦେବି
ଝି-ତମଠୁ ଆଗରୁ ମୋ ପାଇଁ ଦୁନିଆ ଥିଲା ଧୂଆଁ ଧୂଆଁ
ତୁମ ସେନେହର ମମତା ପରଶେ ଆଜି ଲାଗୁଚି ନୂଆ ।
ପୁ- ମଥାରୁ କାଢ଼ି ଟିକିଲି.... ।୧।
ପୁ- ମରୁ ମରୀଚିକା ସାହାରା ଭୂଇଁରେ
ଆଜି ଜଳ ଧାର
ପଥର ଛାତିରେ ଫୁଲ ଫୁଟିପାରେ
ତୁମେ ଭିଜେଇ ଦେଲ
ଝି- ଗଲା ଜନମରୁ ତୁମ ସାଥେ ମୋର
ସାରା ଦୁନିଆକୁ ପର କରିଦେଇ
କଥା ଥିଲା ବୋଲି ଆଜି ତୁମର ହେଲି....
ପୁ-ମଥାରୁ କାଢ଼ି ଟିକିଲି ସିନ୍ଦୂର ତମେ ପିନ୍ଧିବ....