ପରକୁ ଯେ ସୁଖ ଦିଏ ସେଇ ପିଏ ବିଷ..
ଦୁନିଆରେ କେହି ତୋର ନାହିଁରେ ନିଜର
ସୁଖବେଳେ ଆପଣାର ଦୁଃଖ ବେଳେ ପର
ଗଢ଼େ ଏଠି ଦୁଇହାତ ସୁନାର ସଂସାର
ଭାଙ୍ଗିବାକୁ ଶହେହାତ ଉଠେ ଦୁନିଆର
ପଡ଼ିଯାଏ ଫିକାଏଠି ସେନେହର ରଙ୍ଗ...
ଏତ କଳିଯୁଗ..... ଏ ତ କଳିଯୁଗ....
ସେନେହରେ ବାନ୍ଧିବାକୁ ଚାହିଁଲୁ ଯାହାକୁ
ହାତକଡ଼ି ଦେଲା ସେ ତ ତୋହରି ହାତକୁ
ଏଇ ଦିନ ଚାଲିଯିବ ହେଲେ ଚିହ୍ନ ରହିବ
ମନ ଜଳି ଜଳିଯିବ ଆଉ ଲୁହ ଝରିବ
ଲୁହରେ କି ଲିଭିଯିବ ଏ ମନର ଦାଗ
ଏତ କଳିଯୁଗ.... ଏ ତ କଳିଯୁଗ....
ଛଳନାର ଇନ୍ଦ୍ରଧନୁ ଯିବରେ ଉଭେଇ
ସତକୁ କେମିତି କିଏ ପାରିବ ଲୁଚେଇ
ମାଆ କାନ୍ଦେ କଇଁ କଇଁ ସିଏ ବୁଝେ ବେଦନା
ସୁନା ଘର ଚୂନା ହେଲା ଖାଲି ଖାଲି ଅଗଣା
ହୋଇଲା ନରକପୁରୀ ତୋହରି ସରଗ
ଏ ତ କଳିଯୁଗ... ଏ ତ କଳିଯୁଗ....